ବାଘୁଣୀ ଖୁଆଡରେ ନବ ଜନ୍ମିତ ଧଳା ନାଲି ବାଘ ଛୁଆ

ବାରଙ୍ଗ,୭/୬/୨୫ : ଆଜି ସକାଳୁ ସକାଳୁ ଧଳା ବାଘୁଣୀ ଖୁଆଡରେ ଦେଖିବାକୁ ମିଳିଛି ଦୁଇଟି ରଙ୍ଗର ବାଘ ଛୁଆ।ଗୋଟିଏ ସାଧାରଣ ବାଘ ଛୁଆ ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର।

ସୂଚନା ଅନୁସାରେ,ଧଳା ବାଘୁଣୀ ମୌସୁମୀ ଓ ସାଧାରଣ ରଙ୍ଗର ମହାବଳ ରାଜେଶର ମିଳନ ଚଳିତ ୨୦୨୫ ଫେବୃଆରୀ ମାସ ୨୭ ଓ ୨୮ ତାରିଖରେ ମିଳନ କରାଯାଇଥିଲା।ଯାହା ଫଳରେ ବାଘୁଣୀ ମୌସୁମୀ ଔରସରୁ ଦୁଇଟି ପର୍ଯ୍ୟାୟରେ ସାବକ ଜନ୍ମ ଗ୍ରହଣ କରିଛି।ବାଘୁଣୀ ମୌସୁମୀ ପ୍ରଥମ ଶାବକଟିକୁ ଶନିବାର ରାତ୍ର ୯-୧୫ ଓ ପରବର୍ତ୍ତୀ ଶାବକଟିକୁ ୧୧-୦୩ ରେ ଜନ୍ମ ଦେଇଥିଲା।ଉଭୟ ଶାବକ ଓ ମା ସୁସ୍ଥ ଥିବା ବେଳେ ସେମାନଙ୍କର ଗତିବିଧିକୁ ନଜର ରଖିବା ପାଇଁ ନନ୍ଦନକାନନ ପକ୍ଷରୁ ସିସିଟିଭି ମାଧ୍ୟମରେ ଯାଞ୍ଚ କରାଯାଉଛି।

ଆଜି ନବ ଜନ୍ମିତ ଶାବକକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଥିବା ବେଳେ ପରବର୍ତ୍ତୀ ସମୟରେ ନନ୍ଦନକାନନ ପକ୍ଷରୁ ଜନ୍ମିତ ବାଘ ଛୁଆକୁ ଦେଖିବା ପାଇଁ ବାରଣ କରାଇଛି।

ସେପଟେ ବର୍ତ୍ତମାନ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜନ୍ମିତ ଶାବକକୁ ମିଶାଇ ମହାବଳ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *