ବାରଙ୍ଗ,୨୯/୭/୨୫ :ଶିକ୍ଷା ଯିଏ ଅଧ୍ୟୟନ କରିଛି ସିଏ ହିଁ ଶିକ୍ଷାର ମାନ କଥା କହି ପାରିବ।ଶିକ୍ଷା ବିନା ଅଧୁରା ସବୁକିଛି।ଯଦି ଭଲ ଶିକ୍ଷକ କିମ୍ବା ଭଲ ଶିକ୍ଷୟତ୍ରୀ ଭଲ ଶିକ୍ଷା ସହ ଗୁଣାତ୍ମକ ଆଚରଣ ଓ ଉଚ୍ଚାରଣରେ ଭଲ କଥା କହିଲେ ତାହେଲେ ପିଲା ଗୁରୁଙ୍କୁ କେବେ ଭୁଲି ପାରିବେ ନାହିଁ।ଆଜି ଏକ ଏଭଳି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାରଙ୍ଗ ବ୍ଲକର ସାନ ମୁଣ୍ଡଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ।
ସୂଚନା ଅନୁସାରେ,ଏହି ବିଦ୍ୟାଳୟରେ ଦୀର୍ଘ ଏକ ଦଶନ୍ଧି ଧରି ଅଧ୍ୟାପିକା ଭାବରେ ଅଧ୍ୟୟନ କରୁଥିବା ଇଂରାଜୀ ବିଭାଗର ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ମିଶ୍ର ଅନ୍ୟତ୍ର ବଦଳି କାରଣରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି।ବିଦ୍ୟାଳୟରେ ଅଧ୍ୟୟନ ସମସ୍ତ ଛାତ୍ରଛାତ୍ରୀ ଶ୍ରୀମତୀ ମିଶ୍ରଙ୍କୁ ବିଦାୟ କାଳୀନ ସମୟରେ ଭାବ ବିହୁଳ ହୋଇପଡ଼ି କଇଁ କଇଁ ହୋଇ କାନ୍ଦୁଥିବାର ଦୃଶ୍ୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ଅନେକ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖକୁ ଚାଲିଆସି ଶିକ୍ଷୟତ୍ରୀ ଶ୍ରୀମତୀ ମିଶ୍ରଙ୍କ ସ୍କୁଟି ଆଗରେ ଛିଡ଼ାହୋଇ ବାଟ ଛାଡ଼ୁ ନଥିବାରୁ ଅଭିଭାବକ ଓ ସ୍ଥାନୀୟ ପୋଲିସ ପହଞ୍ଚି ପିଲା ମାନଙ୍କୁ ବୁଝାସୁଝା କରି କହୁଛନ୍ତି,ଦିଦି ଯାଇଛନ୍ତି ସଙ୍ଗେ ସଙ୍ଗେ ଫେରିବେ,ତୁମେ ମାନେ ଜମା ବ୍ୟସ୍ଥ ହୁଅନି।