ବ୍ୟୁରୋ – ଓଡ଼ିଶା ଭିଜିଲାନ୍ସ ଜାଲରେ ଆଜି ଜଣେ ବନ୍ଧା ପଡ଼ିଲେ ମହିଳା କନିଷ୍ଠ କିରାଣୀ।ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟ୍ରାରର ମହିଳା କନିଷ୍ଠ କିରାଣୀ ଦେବଯାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।ସେ ଆଜି କାର୍ଯ୍ୟାଳୟରେ କିଛି ଜମିବାଡ଼ି ସଂକ୍ରାନ୍ତୀୟ କାର୍ଯ୍ୟ କରାଇ ଦେବାପାଇଁ ଆଗ୍ରୀମ ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।ଏହି ସମୟରେ ନିକଟରେ ଛପି ରହିଥିବା ଭିଜିଲାନ୍ସ ଟିମ୍ ର ସଦସ୍ୟ ଖବର ପାଇ ନଗଦ ୨୦ହଜାର ଟଙ୍କା ସହ ଦେବଯାନୀ କରକୁ ଗିରଫ କରିଛନ୍ତି।
ପ୍ରକାଶ ଯେ,ଗତ କିଛି ମାସ ହେଲା ଶ୍ରୀମତୀ କର ସବ ରେଜିଷ୍ଟର କାର୍ଯ୍ୟାଳୟରେ ଜମି ବାଡ଼ି ସଂକ୍ରାନ୍ତୀୟ ମାମଲା କାର୍ଯ୍ୟ କରାଇ ଦେବା ପାଇଁ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ।ଆଜି ତାର ବ୍ୟତିକ୍ରମ ଘଟିଥିବା ବେଳେ ଅନ୍ୟାର ପରିଣାମ ନିଜେ ଭୋଗିଥିବା ନେଇ ସାଧାରଣରେ ଚର୍ଚା ହେଉଛି।