ସାବଧାନ,,,,ଟିକେ ଦେଖିକି ଯାଆନ୍ତୁ

ବ୍ୟୁରୋ ,୮/୭/୨୫ : ବିପଦ ସାଜିଛି କାଞ୍ଜିଆ ହ୍ରଦର ଉଛୁଳା ଜଳ। ଲହଡ଼ି ମାରୁଛି ରାସ୍ତାରେ କାଞ୍ଜିଆ ହ୍ରଦର ଜଳ।ସାବଧାନ,,,ଟିକେ ଦେଖିକି ଯାଆନ୍ତୁ ନହେଲେ ଆଗକୁ  ପଡ଼ିବେ ବଡ଼ ବିପଦରେ !!

ନନ୍ଦନକାନନ – ବାରଙ୍ଗ ମୁଖ୍ୟ ବାଇପାସ୍ ରାସ୍ତା ଏବେ ମରଣଯନ୍ତା ସହ ଜଳାର୍ଣ୍ଣବ।ଆଣ୍ଠୁଏ ଉଞ୍ଚାରେ ପ୍ରବାହିତ ହେଉଛି ବର୍ଷାଜଳ।ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଠି ହୋଇ ପଥଚାରୀଙ୍କ ପାଇଁ ସାଜିଛି ବଡ଼ ବିପଦ। ଆପଣ ମାନେ ଯଦି ଟିକେ ଦେଖିକି ନଜିବେ ତାହେଲେ  ପଡ଼ିବେ ବଡ଼ ବିପଦରେ।

ଉଲ୍ଲେଖ ଯୋଗ୍ୟ,ଗତ ସପ୍ତାହ ତଳେ ଲଘୁଚାପ ଜନିତ ବର୍ଷା କାରଣରୁ ଚନ୍ଦକା ଅଭୟାରଣ୍ୟ ଓ ଏହା ଆଖପାଖ ଅଞ୍ଚଳରୁ ବର୍ଷା ଜଳ ଚାଲିଆସି କାଞ୍ଜୀଆ ହ୍ରଦରେ ପଡ଼ିବାରୁ କାଞ୍ଜିଆ ହ୍ରଦର ଉଚ୍ଛୁଳା ଜଳ ଏବେ ମୁଖ୍ୟ ରାସ୍ତାରେ ଲହଡ଼ି ମାରୁଛି।  ଜଳପଥ ସଂକୀର୍ଣ୍ଣ ହୋଇଯିବାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନ,ଉଦ୍ଭିଦଉଦ୍ୟାନ,ସ୍ଥାନୀୟ ଗ୍ରାମ ରଘୁନାଥପୁର,ଭଗବାନପୁର,ବଙ୍ଗାଳୀସାହି,ନିକଟସ୍ତ କଲୋନୀରେ ଊଛୁଲା ବର୍ଷାଜଳ ସୃଷ୍ଠି ହୋଇଛି କୃତିମ ବନ୍ୟା।

Leave a Reply

Your email address will not be published. Required fields are marked *