ବାରଙ୍ଗ,୦୮/୦୯/୨୫ : ସୋମବାର ପୁର୍ବାହ୍ଣରେ ବାରଙ୍ଗ ବ୍ଲକ ପରିସରରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଶେଷ ହୋଇଛି। ଏଥିରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ, CDO-EO ପ୍ରଶାନ୍ତ ନାୟକ, ତହସିଲଦାର, ବିଡିଓ ସ୍ବାଗତ ଦାସ, ଏବିଡିଓ ବିଜୟ ଚୌଧୁରି, ଏଇଇ ଆଦିତ୍ୟ ନାରାୟଣ ମିଶ୍ର ଓ ଅନ୍ୟ ଉଚ୍ଚପଦସ୍ଥ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆଜିର ଜନ ଶୁଣାଣିରେ ମୋଟ ୧୦୩ ଆବେଦନ ହୋଇଥିଲା। ସେଥି ମଧ୍ୟରୁ ୯୩ ଆବେଦନ ବ୍ୟକ୍ତିଗତ ଓ ୧୦ଟି ସାମୁହିକ ଥିଲା। ଆଜି ୧୮ ଟି ଆବେଦନକୁ ତୁରନ୍ତ ସମାଧାନ କରାଯାଇଥିଲା। ଏହା ସହିତ ଭତ୍ତା ପାଇଁ ୨ ଜଣ ଦିବ୍ୟାଙ୍ଗ ଓ ୯ ଜଣ ବରିଷ୍ଠ ନାଗରିକଙ୍କ ଆବେଦନ ମଧ୍ୟ ଗ୍ରହଣ କରାଯାଇଥିଲା। ଜନ ଶୁଣାଣି କାର୍ଯ୍ୟକ୍ରମ ୧ ଟା ପର୍ଯ୍ୟନ୍ତ ଚାଲିଥିଲା। ବଳକା ୮୫ ଆବେଦନକୁ ଯାଞ୍ଚ କରି ତାର ଶୀଘ୍ର ସମାଧାନ କରିବେ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ଆବେଦନକାରୀଙ୍କୁ ପ୍ରତିଶୃତି ଦେଇଛନ୍ତି।
ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଆବେଦନ ହେଲା ୧୦୩,ସମାଧାନ ହେଲା ୧୮
