ଦୁଷ୍କର୍ମ ଘଟଣାରେ ବନ୍ଧା ହେଲେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି।

ବ୍ୟୁରୋ,୨୧/୭/୨୫ : ରାଜ୍ୟରେ ଆଇନ ପରିସ୍ଥିତି ବାସ୍ତବରେ ଅଣାୟତ୍ତ ହୋଇ ପଡ଼ିଥିବା ଚର୍ଚ୍ଚା ଜୋର ଧରଛି। କେତେବେଳେ କଲେଜ ଛାତ୍ରୀ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରୁଛନ୍ତି ତ ଆଉ କେତେବେଳେ ଛାତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ଜାଳି ଦେଉଛନ୍ତି।ଧୀରେ ଧୀରେ ରାଜ୍ୟରେ ଆଇନ ପରିସ୍ଥିତ ଦିଗହରା ହେଉଥିବା ବିରୋଧୀ ଦାବି କରୁଥିବା ବେଳେ ଏପଟେ, ଜାତୀୟ କଂଗ୍ରେସର ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ହାତରେ ହାତକଡି ପଡ଼ି ଗିରଫ ହୋଇଛନ୍ତି। 

ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍‌ସ୍‌ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଉଦିତ । ଏନେଇ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ FIR ଦେଇଛନ୍ତି । ଏତଲା ମୁତାବକ, ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ତାଙ୍କୁ ଥଣ୍ଡା ପାନୀୟରେ ମଦ ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ତାଙ୍କ ସହ ଏକ ହୋଟେଲ ରୁମ୍‌ରେ ଦୁଷ୍କର୍ମ କରିଛନ୍ତି । 

ଏହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଏହି ଘଟଣାରେ ଅଭିଯୁକ୍ତ ଛାତ୍ର ନେତା ଉଦିତ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *