ବାରଙ୍ଗ,୭/୭/୨୫ : ବର୍ଷା ଋତୁର ଆଗମନରେ ନନ୍ଦନକାନନର ସରୀସୃପ ଖୁଆଡରେ ପୁଣି ଥରେ ଜନ୍ମ ନେଇଛନ୍ତି ୧୧ଟି ହଳଦୀ ରଙ୍ଗର ଆନାକୋଣ୍ଡା।ଯାହାକୁ ଦେଖିବା ପାଇଁ ସରୀସୃପ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି।
ସୂଚନା ଅନୁଯାୟୀ,ଗତ ଜୁନମାସ ୨୮ ତାରିଖରେ ଗୋଟିଏ ଆନାକୋଣ୍ଡା ୭ଟି ଶାବକକୁ ଜନ୍ମ ଦେଇଥିଲା। ଫଳରେ ନନ୍ଦନକାନନର କର୍ମଚାରୀ,ପର୍ଯ୍ୟଟକ ତଥା ବନ୍ୟପ୍ରେମୀ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଥିବା ବେଳେ ଠିକ୍ ଏହାର ଗୋଟିଏ ସପ୍ତାହ ନ ଜାଉଣୁ ପୁଣି ସେହି ଖୁଆଡରେ ଦେଖିବାକୁ ମିଳିଛି ମାଳମାଳ ଆନାକୋଣ୍ଡା ଛୁଆ।ଗୋଟିଏ କରି ୧୧ଟି ଶାବକକୁ ଜନ୍ମ ଦେଇଛି ଏକ ନୂଆ ମାଈ ଆନାକୋଣ୍ଡା।ବର୍ତ୍ତମାନ ନନ୍ଦନକାନନରେ ନବ ଜନ୍ମିତ ଶାବକକୁ ମିଶାଇ ଆନାକୋଣ୍ଡା ସଂଖ୍ୟା ୨୮କୁ ବୃଦ୍ଧି ଘଟିଛି।ଉଲ୍ଲେଖ ଯୋଗ୍ୟ,ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ୨୦୧୯ ମସିହା ଅକ୍ଟୋବର ୨୨ ତାରିଖରେ ତାମିଲନାଡୁର ମାଡ୍ରାସ କ୍ରୋକଡାଇଲ ବ୍ୟାଙ୍କରୁ ୯ଟି ହଳଦୀ ରଙ୍ଗର ଆନାକୋଣ୍ଡାକୁ ଅଣାଯାଇ ଏହାର ବଂଶ ବୃଦ୍ଧି କରା ଯାଇଛି।