ବାରଙ୍ଗ,୨୯/୬/୨୫ : ଖୁଆଡରେ ବୁଲୁଛନ୍ତି ଏକ କାଳୀନ ୭ଟି ଆନାକୋଣ୍ଡା।ଯାହାକୁ ଦେଖି ଭୟଭୀତ ହୋଇ ପଡିଛନ୍ତି ପର୍ଯ୍ୟଟକ।ଏହା ସତ ହୋଇଥିଲେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଏହା ଖୁସି ଖବର।
ସୂଚନା ଅନୁସାରେ,ନନ୍ଦନକାନନ ପ୍ରାଣୀଉଦ୍ୟାନର ସରୀସୃପ ଉଦ୍ୟାନ ପରିସରରେ ରହୁଥିବା ଏକ ଆନାକୋଣ୍ଡା ଆଜି ମା ହୋଇଛି।ଏକ କାଳୀନ ଗୋଟିଏ ପରେ ଗୋଟିଏ କରି ସାତୋଟି ଶାବକକୁ ଜନ୍ମ ଦେଇଛି।ପ୍ରକାଶ ଥାଉକି,୨୦୧୯ ମସିହା ଅକ୍ଟୋବର ୨୨ ତାରିଖରେ ତାମିଲନାଡୁର ମାଡ୍ରାସ କ୍ରୋକଡାଇଲ ବ୍ୟାଙ୍କରୁ ପ୍ରଥମ କରି ହଳଦୀ ରଙ୍ଗର ୯ଟି ଆନାକୋଣ୍ଡାକୁ ନନ୍ଦନକାନନକୁ ଅଣାଯାଇଥିଲା।ସନ୍ତ ସନ୍ତିଆ ପରିବେଶରେ ରହିବାକୁ ଭଲ ପାଉଥିବା ଏହି ଆନାକୋଣ୍ଡା ଜୁଲାଇ ମାସ ୨୦୨୨ରେ ନନ୍ଦନକାନନରେ ବଂଶ ବୃଦ୍ଧି ପାଇଁ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା।