ମୋ ବସ ଧକ୍କାରେ ଆଖି ବୁଜିଲା ନାବାଳିକା ମୁନି,ମୃତକ ପରିବାରକୁ ମିଳିଲା ୨ଲକ୍ଷ୍ୟ ଟଙ୍କାର ସହାୟତା ରାଶି,ଘଟଣାରେ ବସ ଚାଳକ ଗିରବ।

ବ୍ୟୁରୋ : ନନ୍ଦନକାନନ – ପଟିଆ ମୁଖ୍ୟ ରାସ୍ତାର ରଘୁନାଥପୁର ଠାରେ ଆଜି ସକାଳୁ ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ରଘୁନାଥପୁର ଗ୍ରାମରେ ଭଡା ଘର ନେଇ ରହୁଥିବା ରାମ ଯୁଆଡ଼ିଙ୍କ ନାବାଳିକା ଝିଅ ମୁନି ଜୁଆଡ଼ି (୧୨) ବର୍ଷ।ଏହି ଘଟଣାରେ ମୋ ବସ ଚାଳକ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧିନସ୍ତ ହରିପୁର ଗ୍ରାମର ନୃସିଂହ ସେଠୀକୁ ନନ୍ଦନକାନନ ଥାନା ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ,ଆଜି ସକାଳୁ ନାବାଳିକା ମୁନି ଏକ ସାଇକେଲ ଯୋଗେ ନନ୍ଦନକାନନ ଅଭିମୁଖେ ଆସୁଥିବା ବେଳେ ପଛପଟୁ OD02BJ9406 ମୋ ବସ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ନାବାଳିକା ମୁନିର ମୃତ୍ୟୁ ଘଟିଥିବା ବେଳେ ଦୃଘଟଣା ଘଟାଇଥିବା ମୋ ବସର ଚାଳକ ଦୃତ ଗତିରେ ଫେରାର ହୋଇଯାଇ ନନ୍ଦନକାନନ ଥାନାରେ ଆତ୍ମସରଣ କରିଥିଲା।

ଏପଟେ ଦୃଘଟଣାକୁ ନେଇ ସ୍ଥାନୀୟ ଲୋକେ ୫ଘଣ୍ଟା ଧରି ରାସ୍ତାରୋକ କରିବା ସହିତ ମୃତ ନାବାଳିକା ପରିବାରକୁ କ୍ଷତିପୂରଣ ଦାବିରେ ଅଡି ବସିଥିଲେ।ଖବର ପାଇ ଭୁବନେଶ୍ବର ଜୋନ ଏସିପି ଓ ମୋ ବସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ନାବାଳିକା ପରିବାରକୁ କ୍ଷତିପୂରଣ ବାବଦକୁ ମାତ୍ର ଦୁଇଲକ୍ଷ ଟଙ୍କା ଦେବା ପରେ ଲୋକେ ରାସ୍ତା ରୋକରୁ ହଟି ଥିଲେ।ସେପଟେ ଏହି ଘଟଣାରେ ନନ୍ଦନକାନନ ଥାନା ପୋଲିସ ଏକ ମାମଲା ରୁଜୁକରି ମୋ ବସ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୋ ବସକୁ ସିଜ୍ କରିଛି।

Leave a Reply

Your email address will not be published. Required fields are marked *